ଦୁନିଆର ସବୁଠାରୁ ଦାମୀ ପରିବା, ଯାହାର ମୂଲ୍ୟ ସୁନାଠାରୁ ଅଧିକ

ନୂଆଦିଲ୍ଲୀ: ଆପଣ ମାର୍କେଟରେ ବିଭିନ୍ନ କିସମର ପନିପରିବା ଦେଖିଥିବେ । ସବୁ ପନିପରିବାର ମୂଲ୍ୟ ମଧ୍ୟ ଆପଣଙ୍କୁ ଜଣାଥିବ । କିନ୍ତୁ ଆମେ ଆଜି ଆପଣଙ୍କୁ ଏପରି ପରିବା ବିଷୟରେ କହିବୁ । ଯାହାକୁ ଦୁନିଆର ସବୁଠାରୁ ଦାମୀ ପରିବା ବୋଲି କୁହାଯାଏ । ଯାହାର ମୂଲ୍ୟ ଶୁଣିବା ମାତ୍ରେ ଆପଣଙ୍କ ହୋସ୍ ଉଡ଼ିଯିବ । ଆପଣଙ୍କ ମନେ ମନେ ଭାବିବେ ପରିବା ନାଁ ସୁନା । ଏହି ଦାମୀ ପରିବାର ନାଁ ହେଉଛି ହପ୍ ଶୁଟ୍ । ଯାହା ସାଧାରଣ ପନିପରିବା ପରି ନୁହେଁ । ପନିପରିବା ବଜାର କିମ୍ବା ଅନ୍ୟ କୌଣସି ବଜାରରେ ଏହା କ୍ୱଚିତ୍ ମିଳେ । ଆପଣ ଏହି ପରିବାକୁ ଅର୍ଡର କରିପାରିବେ । ବଜାରରେ ହପ୍ ଶୁଟ୍ ପରିବାର ମୂଲ୍ୟ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ଉତ୍ତର ଆମେରିକାରେ ମିଳୁଥିବା ହପ୍ ଶୁଟ୍ ପରିବା ବିୟର ତିଆରିରେ ମଧ୍ୟ ବ୍ୟବହୃତ ହୁଏ ।