ନ୍ୟୁଜଲାଣ୍ଡ ବିରୁଦ୍ଧରେ 2-0ରେ ଦିନିକିଆ ସିରିଜ ଜିତିଲା ଭାରତ

ରାୟପୁର: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଅର୍ନ୍ତଜାତୀୟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚକୁ ସହଜରେ ଟିମ ଇଣ୍ଡିଆ ଜିତିଛି। ଏହା ସହିତ ତିନିଟିକିଆ ସିରିଜକୁ ଭାରତ ୨-୦ରେ ଜିତଛି। ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ନ୍ୟୁଜିଲାଣ୍ଡ ଦଳ ୩୪.୩ ଓଭରରେ ୧୦ ଓ୍ବିକେଟ ହରାଇ ୧୦୮ ରନ୍‌ କରିଥିଲା। ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୦୯ ରହିଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥାମଙ୍କ ଦଳ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଟିମ୍‌ ଇଣ୍ଡିଆ ୨୦.୧ ଓଭରରେ ୨ ଓ୍ବିକେଟ ହରାଇ ୧୧୧ ରନ୍‌ କରିଥିଲା ଭାରତ ପକ୍ଷରୁ ରୋହିତ ଶର୍ମା ୫୦ ବଲରେ ୫୧ ରନ୍‌ କରିଥିଲେ। ସେହିପରି ଶୂଭମାନ ଗିଲ୍‌ ୫୩ ବଲରେ ୪୦ ରନ କରି ଅପରାଜିତ ରହିଥିଲେ।

Leave a Reply

Your email address will not be published. Required fields are marked *