ରାୟଗଡା ଜିଲ୍ଲାର ରେଳପଥ ରେ ମାଟି ଅତଡ଼ା ଖସି ରେଳ ଚଳାଚଳ ବାଧାପ୍ରାପ୍ତ।

ରାୟଗଡା ଜିଲ୍ଲାର କାଶିପୁର ବ୍ଲକର ଦୁର୍ଗମ ଅଞ୍ଚଳର ରାୟଗଡା ଓ କୋରାପୁଟ ରେଳପଥର ରାଉଳି ରେଳବାଇ ଷ୍ଟେସନ ନିକଟରେ ପାହାଡ ଉପରୁ ପଥର ଓ ମାଟି ଅତଡା ଖସି ରେଳ ରେଳଲାଇନ ଉପରେ ପଡ଼ିଥିବା ବେଳେ ଟ୍ରେନ ଚଳାଚଳ ଆସିବିଧା ହୋଇଥିଲା ଫଳରେ ରେଳପଥରେ କିଛି ଘଣ୍ଟା ପାଇଁ ଯାତାୟାତ ଠପ୍ ହୋଇ ଥିବା ଦେଖାଦେଇଛି


ଲଗାଣ ବର୍ଷାରେ ରେଳପଥ ରେ ମାଟି ଅତଡ଼ା ଖସି ରେଳ ଚଳାଚଳ ବାଧାପ୍ରାପ୍ତ। ମାଟି ଅତଡ଼ା ଓ ପଥର ଖସି ରେଳ ଟ୍ରାକ ଉପରେ ପଡିଥିବା ଯୋଗୁଁ ରାୟଗଡ଼ା-କୋରାପୁଟ କୁ ଟ୍ରେନ ଚଳାଚଳ ପ୍ରଭାବିତ,ରାଉଳି ରେଳ ଷ୍ଟେସନ ନିକଟରେ ମାଟି ଅତଡ଼ା ଖସିପଡ଼ିଥିଲା। ସୂଚନା ଅନୁସାରେ ବିଶାଖାପାଟଣା-କୋରାପୁଟ DMU ଓ କୋରାପୁଟ-ବିଶାଖାପାଟଣା DMU ଓ ସମଲେଶ୍ବରୀ ଟ୍ରେନ ବାତିଲ ହୋଇଥିବା ଖବର ମିଳିଛି,ଘଟଣା ସ୍ଥଳରେ ରେଳ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ରେଳବାଇ କର୍ମଚାରୀ ସୁତ୍ର ରୁ ପାଇଥିବା ସୁଚନା ମୁତାବକ ବର୍ତ୍ତମାନ ରେଳପଥ ଯାତାୟାତ ସ୍ବାଭାବିକ ହୋଇଥିବା ଜଣାପଡିଛି।ରାୟଗଡା ରୁ ସନ୍ତୋଷ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *