ବିପଜ୍ଜନକ ଗଛ, ଯାହାକୁ ଛୁଇଁବା ପରେ ଆତ୍ମହତ୍ୟା କରନ୍ତି ଲୋକେ !

ନୂଆଦିଲ୍ଲୀ: ପ୍ରକୃତି ନିଜ ଭିତରେ ଅନେକ ରହସ୍ୟ ଧରିଥାଏ । ଏହିପରି ବହୁ ଜିନିଷ ଏଠାରେ ଦେଖାଯାଏ । ଯାହା ସବୁବେଳେ ରହସ୍ୟ ହୋଇ ରହିଥାଏ । ବୈଜ୍ଞାନିକମାନେ ଏହା ଉପରେ ଗବେଷଣା ମଧ୍ୟ କରନ୍ତି । କିନ୍ତୁ ରହସ୍ୟ ଉପରୁ ପରଦା ଉଠାଇ ପାରନ୍ତି ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏକ ଗଛ ବିଷୟରେ କହିବୁ । ଯାହାକୁ ସୁଇସାଇଡ୍ ଟ୍ରି କୁହାଯାଏ । ଏହି ଗଛ ଏତେ ବିଷାକ୍ତଯେ, ଏହାକୁ ଛୁଇଁବା ପରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ । ଏହି ଗଛକୁ ଛୁଇଁବା ପରେ ଶରୀରରେ ଅସହ୍ୟ ଯନ୍ତ୍ରଣା ଆରମ୍ଭ ହୁଏ । ଆଉ ସେହି ବ୍ୟକ୍ତିଙ୍କଜଣଙ୍କ ଯନ୍ତ୍ରଣା ଦାଉକୁ ସହ୍ୟ କରି ନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ । ଏହି ଗଛକୁ ଛୁଇଁଥିବା ଅନେକ ଲୋକେ ନିଜକୁ ଗୁଳି କରି ହତ୍ୟା କରିଛନ୍ତି । ବାସ୍ତବରେ, କିଛି ବର୍ଷ ପୂର୍ବେ ମରିନା ହର୍ଲେ ନାମକ ଜଣେ ବୈଜ୍ଞାନିକ ଅଷ୍ଟ୍ରେଲିଆର ରେନଫରେଷ୍ଟ ଉପରେ ଗବେଷଣା କରୁଥିଲେ । ସେ ଜାଣିଥିଲେ ଯେ ଜଙ୍ଗଲରେ ଅନେକ ବିପଦ ଅଛି । ଉଦ୍ଭିଦ ମଧ୍ୟ ବିଷାକ୍ତ ହୋଇପାରେ । ସେଥିପାଇଁ ସେ ୱେଲଡିଂ ଗ୍ଲୋଭସ୍ ଏବଂ ବଡି ସୁଟ୍ ପିନ୍ଧିଥିଲେ । ଅଲଗା ଦେଖାଯାଉଥିବା ସମସ୍ତ ଗଛ ମଧ୍ୟରେ ଏକ ଅଲଗା ପ୍ରକାରର ଗଛ ଥିଲା । ଯାହା ବିଷୟରେ ଜାଣିବା ପାଇଁ ହର୍ଲେଙ୍କ ମନରେ ପ୍ରବଳ ଆଗ୍ରହ ଜମିଥିଲା । କିନ୍ତୁ ପରମୁହୁର୍ତ୍ତରେ ଏହି ଇଚ୍ଛା ତାଙ୍କ ଉପରେ ବହୁତ ଭାରି ପଡ଼ିଥିଲା ।ହର୍ଲେ ସେହି ଉଦ୍ଭିଦକୁ ଛୁଇଁବା ମାତ୍ରେ ଯନ୍ତ୍ରଣା ହେତୁ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ହୋଇଗଲା । ସେ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କ ଶରୀର ଲାଲ ହୋଇଯାଇଥିଲା । ଭୀଷଣ ଯନ୍ତ୍ରଣା ଯୋଗୁଁ ସେ ଜୋରରେ ଚିତ୍କାର କରୁଥିଲେ । ତେବେ ମରିନାଙ୍କୁ ସୁସ୍ଥ ହେବା ପାଇଁ ବହୁତ ସମୟ ଲାଗିଥିଲା । ପରେ ସେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ଏହି ଯନ୍ତ୍ରଣା ସତେ ଯେପରି ଇଲେକ୍ଟ୍ରିକ୍ ସକ୍ ଦେବା କିମ୍ବା ଏସିଡି ପକାଇବା ଭଳି ଥିଲା ।

ଜିମ୍ପଇ ନାକ ଏହି ବିପଜ୍ଜନକ ଉଦ୍ଭିଦ ହେଉଛି ମୃତ୍ୟୁର ଆଉ ଏକ ନାମ । ଏହି ଉଦ୍ଭିଦ ବିଷୟରେ ପ୍ରଥମେ ୧୮୬୬ ମସିହାରେ ଜଣାପଡ଼ିଥିଲା । ଏହି ସମୟ ମଧ୍ୟରେ ଜଙ୍ଗଲ ଦେଇ ଯାଉଥିବା ଅନେକ ପ୍ରାଣୀ ଓ ବିଶେଷକରି ଘୋଡା ପ୍ରବଳ ଯନ୍ତ୍ରଣା ଯୋଗୁଁ ମରିବାକୁ ଲାଗିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ସମସ୍ତେ ସମାନ ମାର୍ଗ ଦେଇ ଯାଉଥିଲେ ଏବଂ ସମାନ ଉଦ୍ଭିଦ ସଂସ୍ପର୍ଶରେ ଆସିଥିଲେ । ଏଥିସହିତ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅନେକ ସେନା ଅଧିକାରୀ ମଧ୍ୟ ଏହାର ଶିକାର ହୋଇଥିଲେ ଏବଂ ଅନେକ ଯନ୍ତ୍ରଣାରେ ଛଟପଟ ହୋଇ ନିଜକୁ ଗୁଳି କରି ହତ୍ୟା କରିଥିଲେ । ସେବେଠାରୁ ବୈଜ୍ଞାନିକମାନେ ଏହା ବିଷୟରେ ଅନୁସନ୍ଧାନ ଆରମ୍ଭ କଲେ । ଏହି ଉଦ୍ଭିଦକୁ ଆତ୍ମହତ୍ୟା ଗଛ ମଧ୍ୟ କୁହାଯାଏ । ଏହି ଉଦ୍ଭିଦ ଅନେକ ନାମ ରହିଛି । ଯେପରିକି ଜିମ୍ପାଇ ଷ୍ଟିଙ୍ଗର୍, ଷ୍ଟିଙ୍ଗ୍ ବ୍ରଶ୍ ଏବଂ ମୁନଲାଇଟ୍ । ଅଷ୍ଟ୍ରେଲିଆ ବ୍ୟତୀତ ଏହା ମୋଲକସ୍ ଏବଂ ଇଣ୍ଡୋନେସିଆରେ ମଧ୍ୟ ଦେଖାଯାଏ ।

ଏହି ଉଦ୍ଭିଦ ଏକ ସାଧାରଣ ଉଦ୍ଭିଦ ପରି । ଯାହାର ପତ୍ର ହୃଦୟ ଆକୃତିର ଏବଂ ଉଦ୍ଭିଦର ଉଚ୍ଚତା ୩ ରୁ ୧୫ ଫୁଟ ହୋଇପାରେ । କଣ୍ଟାରେ ପରିପୂର୍ଣ୍ଣ ଏହି ଉଦ୍ଭିଦରେ ନ୍ୟୁରୋଟକ୍ସିନ ବିଷ ରହିଛି । ଯାହା କଣ୍ଟା ମାଧ୍ୟମରେ ଶରୀର ଭିତରେ ପହଞ୍ଚେ । ନ୍ୟୁରୋଟକ୍ସିନ ବିଷ କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀକୁ ସିଧାସଳଖ ପ୍ରଭାବିତ କରିଥାଏ । ଏହାଦ୍ୱାରା ମୃତ୍ୟୁ ମଧ୍ୟ ହୋଇପାରେ । ଏବଂ ଏହାର ଯନ୍ତ୍ରଣା ଏତେ ମାତ୍ରାରେ ହୋଇଥାଏ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *