ଆପ୍‌ରେ ଯୋଗଦେଲେ ଅଭିନେତ୍ରୀ ସମ୍ଭାବନା ସେଠ ଓ ମଧ୍ୟପ୍ରଦେଶ ବିଜେପି ନେତ୍ରୀ ଉଷା କୋଲ

ନୂଆଦିଲ୍ଲୀ: ଅଭିନେତ୍ରୀ ସମ୍ଭାବନା ସେଠ ଓ ମଧ୍ୟପ୍ରଦେଶ ବିଜେପି ନେତ୍ରୀ ଉଷା କୋଲ ଆଜି ଆମ୍‌ ଆଦମୀ ପାର୍ଟି (ଆପ୍‌)ରେ ଯୋଗ ଦେଇଛନ୍ତି। ଦଳର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ଏବଂ ରାଜ୍ୟସଭା ସାଂସଦ ସନ୍ଦୀପ ପାଠକଙ୍କ ଉପସ୍ଥିତିରେ ଅଭିନେତ୍ରୀ ସମ୍ଭାବନା ସେଠ ଏବଂ ମଧ୍ୟପ୍ରଦେଶ ବିଜେପି ନେତ୍ରୀ ଉଷା କୋଲ ଶୁକ୍ରବାର ଦିନ ଦିଲ୍ଲୀରେ ଏହାର ମୁଖ୍ୟାଳୟରେ ଆମ୍‌ ଆଦମୀ ପାର୍ଟି (ଆପ୍‌)ରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମରେ ପ୍ରଭାବିତ ହୋଇ ଅଭିନେତ୍ରୀ ସେଠ ଏବଂ ବିଜେପି ନେତ୍ରୀ କୋଲ ଆମ୍‌ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଅନ୍ୟପକ୍ଷରେ ଆପ୍‌ ନେତା ଶ୍ରୀ ପାଠକ କହିଛନ୍ତି ଯେ ସମସ୍ତ ରାଜ୍ୟରେ ଦଳ ନିଜର ବିସ୍ତାର କରୁଥିବା ବେଳେ ସମ୍ଭାବନା ସେଠ ଓ ଉଷା କୋଲଙ୍କ ଦଳରେ ଯୋଗଦାନ ଦଳର ଶକ୍ତିକୁ ଆହୁରି ବୃଦ୍ଧି କରିବ। ଉଲ୍ଲେଖଯୋଗ୍ୟ, ଭୋଜପୁରୀ ଚଳଚ୍ଚିତ୍ରରେ ଜଣାଶୁଣା ଚେହେରା ହେଉଛନ୍ତି ଅଭିନେତ୍ରୀ ସମ୍ଭାବନା ସେଠ।

ଆପ୍‌ ସରକାର ଦିଲ୍ଲୀରେ ବହୁତ ଭଲ କାମ କରୁଛନ୍ତି। ଲୋକଙ୍କ ପାଇଁ କିଛି ଭଲ କରିବା ପାଇଁ ମୁଁ ଏହି ଦଳରେ ଯୋଗ ଦେଲି ବୋଲି ମଧ୍ୟପ୍ରଦେଶ ବିଜେପିର ମହିଳା ୟୁନିଟ୍‌ର ଉପସଭାପତି ଥିବା କୋଲ୍‌ କହିଛନ୍ତି। ସେ ବହିଛନ୍ତି, ଆମ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ ଏବଂ ଶିକ୍ଷାରୁ ବଞ୍ଚିତ। ମୁଁ ଆମ୍‌ ଆଦମୀ ପାର୍ଟି ସହିତ ମିଶି ଆମ ଅଞ୍ଚଳରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରିବାକୁ ଚାହୁଁଛି।

Leave a Reply

Your email address will not be published. Required fields are marked *