ସୁଟିଂ ପାଇଁ ବିଶାଖାପଟନମ ପହଞ୍ଚିଲେ ଅଲ୍ଲୁ ଅର୍ଜୁନ, ପୁଷ୍ପା ଷ୍ଟାରଙ୍କର ଗ୍ରାଣ୍ଡ ୱେଲକମ୍ କଲେ ଫ୍ୟାନ୍ସ

ମୁମ୍ବାଇ: ସାଉଥ ସିନେମା ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜୁନ। ତାଙ୍କର ନୂଆ ତଥା ଅପକମିଂ ଚଳଚ୍ଚିତ୍ର ପୁଷ୍ପା: ଦି ରୁଲ । ବର୍ତ୍ତମାନ ସେ ସୁଟିଂରେ ବ୍ୟସ୍ତ ଅଛନ୍ତି। ବିଶାଖାପାଟନମରେ ଫିଲ୍ମର ନୂଆ ସିଡ୍ୟୁଲର ସୁଟିଂ ଆରମ୍ଭ ହେବାକୁ ଯାଉଛି। ଫିଲ୍ମ ସେଟରେ ଯୋଗଦେବା ପାଇଁ ଅଲୁ ସେଠାରେ ପହଞ୍ଚିଛନ୍ତି। ଯେଉଁଠାରେ ପ୍ରଶଂସକମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ଏହାର ଅନେକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଲୋକମାନେ ଅଭିନେତା ଉପରେ ଫୁଲ ପକାଉଛନ୍ତି।

ଫଟୋ ଏବଂ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଅଲୁଙ୍କ କାର ପ୍ରଶଂସକଙ୍କ ଦ୍ଵାରା ଘେରି ହୋଇ ରହିଛି । ଅଭିନେତାଙ୍କୁ ଫୁଲ୍ ଏକ ସ୍ଵାଗତ ସମ୍ଵର୍ଦ୍ଧନା ଦିଆଯାଉଛି। ଏହି ସ୍ୱାଗତ ପାଇଁ ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଲୋକମାନେ ଅଲୁଙ୍କ ନାମରେ ସ୍ଲୋଗାନ ଦେଉଛନ୍ତି। ଏହି ମେଗାଷ୍ଟାରଙ୍କ ପାଇଁ ଲୋକଙ୍କ ମଧ୍ୟରେ ବହୁତ କ୍ରେଜ୍ ଥିବା ଦେଖିବାକୁ ମିଳୁଛି। ଏହି ଫଟୋ ଭିଡିଓ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି ।

କହିବାକୁ ଗଲେ ପୁଷ୍ପା ରାଇଜ୍ ଫିଲ୍ମ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ଅଲ୍ଲୁ ଅର୍ଜୁନଙ୍କ ଅଭିନୟ ଏବଂ ବାକି ଷ୍ଟାରକାଷ୍ଟରୁ ଫିଲ୍ମର କାହାଣୀ ପର୍ଯ୍ୟନ୍ତ ଦର୍ଶକ ଏହାକୁ ବହୁତ ପସନ୍ଦ କରିଥିଲେ। କେବଳ ଦକ୍ଷିଣରେ ନୁହେଁ ସବୁଆଡେ ହଇଚଇ ସୃଷ୍ଟି କରିଛି। କେବଳ ଏତିକି ହିଁ ନୁହେଁ ଅଲ୍ଲୁଙ୍କ ସହ ରଶ୍ମିକା ମନ୍ଦନାଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରିକୁ ପ୍ରଶଂସା କରାଯାଇଥିଲା । ବର୍ତ୍ତମାନ ପ୍ରଶଂସକମାନେ ଏହାର ସିକ୍ୱେଲ ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *