ଅଣଦେଖା କରନ୍ତୁ ନାହିଁ ଶରୀରରେ ଦେଖାଯାଉଥିବା ଏହି ଲକ୍ଷଣ: ହୋଇପାରେ ହାର୍ଟ ଆଟାକ୍‌ର କାରଣ

ଭୁବନେଶ୍ୱର: ଖରାପ ଜୀବନଶୈଳୀ, ଅନୁପଯୁକ୍ତ ଖାଦ୍ୟପେୟ ଯୋଗୁଁ ହାର୍ଟ ଆଶଙ୍କା ବଢ଼ୁଛି। ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ହାର୍ଟ ଆଟାକ୍‌ର ଶିକାର ହେଉଛନ୍ତି। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ହାର୍ଟ ଆଟାକ୍ ହେବା ପୂର୍ବରୁ ଶରୀରରେ କିଛି ଏଭଳି ଲକ୍ଷଣ ଦେଖାଯାଇଥାଏ। ସାଧାରଣତଃ ଲୋକେ ଏହାକୁ ଅଣଦେଖା କରିଥାନ୍ତି। ଏହି ଲକ୍ଷଣରେ ସବୁଠୁ ଅଧିକ ହୋଇଥାଏ ଏସିଡିଟି, ଖାଦ୍ୟ ହଜମ ନହେବା, ପିଠିରେ ଲଗାତାର ବ୍ୟଥା ହେବା ଭଳି ଲକ୍ଷଣ ହୋଇଥାଏ। ଅନେକ ଥର ଆମେ ଏହି ଲକ୍ଷଣକୁ ଅଣଦେଖା କରିଥାଉ। ଯାହା ଆମ ପାଇଁ ବିପଦପୂର୍ଣ୍ଣ ହୋଇଥାଏ।

ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଅନୁଯାୟୀ, ୯୫ ପ୍ରତିଶତ ମହିଳା କହିଛନ୍ତି ଯେ ହାର୍ଟ ଆଟାକ୍ ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍ ନଥିଲା। ଏହି ରିସର୍ଚ୍ଚରେ ଜଣାପଡ଼ିଥିଲା ଯେ ସବୁବେଳେ ଅନେକ ସମୟରେ ଅଣଦେଖା କରୁଥିବା ସଙ୍କେତ ହିଁ ହାର୍ଟ ଆଟାକ୍ ଆସିବା ପୂର୍ବର ଲକ୍ଷଣ ହୋଇପାରେ। ଏହି ଲକ୍ଷଣରେ ଥକ୍କାପଣ, ନିଦ ନଆସିବା ଭଳି ଲକ୍ଷଣ ସାମିଲ ରହିଛି।

ରିସର୍ଚ୍ଚ ଅନୁଯାୟୀ, ହାର୍ଟ ଆଟାକ୍ ଆସିବା ପୂର୍ବରୁ ଶ୍ବାସକ୍ରିୟାରେ ଅସୁବିଧା, ଦୁର୍ବଳ ଲାଗିବା, ରାତିରେ ଝାଳ ବାହାରିବା, ମୁଣ୍ଡ ବୁଲାଇବା ବାନ୍ତି ହେବା ଭଳି ଲକ୍ଷଣ ଦେଖାଯାଇପାରେ। ମହିଳାଙ୍କ ଠାରେ ଥକ୍କାପଣ, ନିଦ ନ ଆସିବା ଏବଂ ଶ୍ବାସକ୍ରିୟାରେ ଅସୁବିଧା ଭଳି ଲକ୍ଷଣ ମଧ୍ୟ ଦେଖାଦେଇଥାଏ। ତେଣୁ ଏଭଳି ଲକ୍ଷଣ ଦେଖାଦେଲେ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ। ଯଦି ଆପଣ ଏଭଳି ଲକ୍ଷଣ ଦେଖୁଛନ୍ତି ତେବେ ଡାକ୍ତରଙ୍କ ପରାମର୍ଶ ନେବା ଭଲ।

Leave a Reply

Your email address will not be published. Required fields are marked *