ବଲିଉଡ୍‌ ରେ ଡେବ୍ୟୁ କରିବେ ରବିନାଙ୍କ ଲାଡଲୀ ରାଶା

ମୁମ୍ଵାଇ: ୯୦ ଦଶକର ସୁପରହିଟ୍ ଅଭିନେତ୍ରୀ ରବିନା ଟଣ୍ଡନ୍ । ଏହି ସମୟରେ ଅଭିନେତ୍ରୀଙ୍କ ଝିଅ ରାଶା ଥଡାନି ଜବରଦସ୍ତ ଚର୍ଚ୍ଚାରେ ଅଛନ୍ତି। ଅନେକ ଇବେଣ୍ଟରେ ରାଶା ତାଙ୍କ ସୁନ୍ଦରତାକୁ ପ୍ରଦର୍ଶିତ କରୁଥିବାର ଦେଖିବାକୁ ମିଳିଛି । ତାଙ୍କୁ ଲୁକ୍‌କୁ ନେଇ ସବୁଆଡେ ଆଲୋଚନା ହେଉଛି । ଆହୁରି ଅନେକ ପ୍ରଶଂସକ ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ବହୁତ ପସନ୍ଦ କରନ୍ତି। ଏଥି ସହିତ ରବିନା ଟଣ୍ଡନଙ୍କ ଲାଡଲି ମଧ୍ୟ ତାଙ୍କ ପଥ ଅନୁସରଣ କରି ଚଳଚ୍ଚିତ୍ରରେ ପାଦ ଦେବାକୁ ଯାଉଛନ୍ତି। ଅଜୟ ଦେବଗନଙ୍କ ପୁତୁରା ଅମନ ଦେବଗନ ମଧ୍ୟ ଏହି ଚଳଚ୍ଚିତ୍ର ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ରାଶା ଏବଂ ଅମନଙ୍କ ଡେବଥୁ ଫିଲ୍ମ ‘ସିଙ୍ଗହମ୍’ରେ ଅଜୟ ଦେବଗନ୍ ମଧ୍ୟ ନଜର ଆସିବେ। ରିପୋର୍ଟ ଅନୁଯାୟୀ ‘ଚଣ୍ଡିଗଡ଼ କରେ ଆଶିକୀ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅଭିଷେକ କପୁର ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ରାଶା ଫିଲ୍ମ ସାଇନ କରିଛନ୍ତି । ଏହି ଚଳଚ୍ଚିତ୍ରରେ ରାଶା ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥି ସହିତ, ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ଫ୍ଲୋରକୁ ଆସିବ ।

ଏହିପରି ଭାବରେ ଅଭିଷେକ କପୁର ଦୁଇ ବଲିଉଡ ସୁପରଷ୍ଟାରଙ୍କ ପିଲାମାନଙ୍କୁ ଲଞ୍ଚ କରିବାକୁ ଯାଉଛନ୍ତି। ତେବେ ଫିଲ୍ମର କାହାଣୀ କାହା ଉପରେ ଆଧାରିତ ହେବ, ଏହାର ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ରିପୋର୍ଟ ଅନୁଯାୟୀ, ଅଜୟ ଦେବଗନଙ୍କର ମଧ୍ୟ ଏକ ଦୃଢ ଚରିତ୍ର ରହିବ। ଯାହା ଦର୍ଶକ ପୂର୍ବରୁ ଦେଖି ନଥିଲେ। ପ୍ରଶଂସକଙ୍କ ଆଖି ଉଭୟ ଷ୍ଟାର୍କିଡ ଉପରେ ରହିଛି। ପ୍ରଶଂସକମାନେ ଉତ୍ସାହର ସହିତ ଉଭୟଙ୍କ ଡେବ୍ୟୁକୁ ଅପେକ୍ଷା କରିଛନ୍ତି। କହିବାକୁ ଗଲେ ଅଭିଷେକ କପୁର କେଦାରନାଥ ଫିଲ୍ମରୁ ସୈଫ୍‌ଙ୍କ ଝିଅ ସାରାଙ୍କୁ ଲଞ୍ଚ କରିଥିଲେ ।

Leave a Reply

Your email address will not be published. Required fields are marked *