ନିର୍ବନ୍ଧ ସମୟ‌ରେ କାନ୍ଦି ପକାଇଥିଲେ ପରିଣୀତିଙ୍କ ବାପା, ଭାଇରାଲ ହେଲା ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ରାଘବ ଚଢ଼ାଙ୍କ ନିର୍ବନ୍ଧ ମେ’ ୧୩ରେ ହୋଇଥିଲା। ଉଭୟ ପରିଣୀତି ଓ ରାଘବ ଟୁଇଟ୍ କରି ଏହି ସୂଚନା ଦେଇଥିଲେ। ଗତ କିଛି ଦିନ ହେଲାଣି ପରିଣୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଥିବା ବେଳେ ମେ’ ୧୩ରେ ଦୁହିଁଙ୍କ ନିର୍ବନ୍ଧ ସଂପନ୍ନ ହୋଇଥିଲା। ରାଘବ-ପରିଣୀତିଙ୍କ ନିର୍ବନ୍ଧ ପାଇଁ ଏକ ବଡ଼ କାର୍ଯ୍ୟକ୍ରମର ଆ‌ୟୋଜନ କରାଯାଇଥିବା ବେଳେ ବଲିଉଡ କଳାକାରଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ରାଜନେତା ଦିଲ୍ଲୀରେ ପହଞ୍ଚି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ନୂଆଦିଲ୍ଲୀର କପୁରତାଲା ହାଉସରେ ଅନୁଷ୍ଠିତ ଏହି ନିର୍ବନ୍ଧ ଉତ୍ସବରେ ବହୁ ଭିଆଇପି ଅତିଥି ଯୋଗ ଦେଇଥିବା ବେଳେ ନିର୍ବନ୍ଧ ପରେ ପରିଣୀତି ସେ ସମୟର କିଛି ଫଟୋ ଏବେ ସେୟାର କରିଥିବା ଦେଖାଯାଇଛି। ଫଟୋରେ ତାଙ୍କ ବାପା କାନ୍ଦି ପକାଇଥିବା ଦେଖାଯାଇଛି। ପରିଣୀତି ସେୟାର କରିଥିବା ଫଟୋରେ କୌଣସି ରୀତିନୀତି ପାଇଁ ରାଘବ-ପରିଣୀତି ତଳେ ବସିଥିବା ବେଳେ ପରିଣୀତିଙ୍କ ବାପା ପଛରେ ବସିଛନ୍ତି। ଫଟୋରେ ତାଙ୍କ ବାପା ରୁମାଲ ସାହାଯ୍ୟରେ ଆଖି ପୋଛୁଥିବା ଦେଖିବାକୁ ମିଳିଛି।

rପରିଣୀତିଙ୍କ ଏହି ପୋଷ୍ଟରେ ତାଙ୍କ ଭାଇ ଶିବାଙ୍ଗ ଚୋପ୍ରା କମେଣ୍ଟ ଦେଇ କହିଛନ୍ତି, “ ପଛରେ ବାପାଙ୍କ କାନ୍ଦିବା ହେଉଛି ମୁଖ୍ୟ ଆକର୍ଷଣ।” ଅନ୍ୟ ଜଣେ ଲେଖିଛନ୍ତି, “ଦ୍ୱିତୀୟ ଫଟୋରେ ତୁମ ବାପା ଭାବପ୍ରବଣ ହୋଇଥିବା ମୁଁ ଦେଖିପାରୁଛି। ବହୁତ ହୃଦୟସ୍ପର୍ଶୀ।

Leave a Reply

Your email address will not be published. Required fields are marked *