ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ସନ୍ତୋଖ ସିଂ ଚୌଧୁରୀଙ୍କ ପରଲୋକ । ଭାରତ ଯୋଡ଼ୋ ଯାତ୍ରା ବେଳେ ହାର୍ଟ ଆଟାକ୍ ଆସିବାରୁ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା। ସୂଚନା ଅନୁସାରେ, ଜଳନ୍ଧର ସାଂସଦ ସନ୍ତୋଖ ସିଂ ପଞ୍ଜାବର ଫିଲୌରରେ ଭାରତ ଯୋଡ଼ୋ ଯାତ୍ରାରେ ଚାଲି ଚାଲି ଯାଉଥିବା ବେଳେ ହଠାତ୍ ତାଙ୍କର ହାର୍ଟ ଆଟାକ୍ ଆସିଥିଲା। ଏହାପରେ ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ଫାଗୱାରା ସ୍ଥିତ ଏକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା। ଖବର ପାଇ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ହସ୍ପିଟାଲ୍ ଯାଇଥିଲେ। ବର୍ତ୍ତମାନ ପାଇଁ ଏହି ଯାତ୍ରାକୁ ବାତିଲ୍ କରାଯାଇଥିବା ସୂଚନା ମିଳିଛି।