ପରିସ୍ରା ଘଟଣା ପାଇଁ ଏୟାର୍‌ ଇଣ୍ଡିଆ ଉପରେ ୩୦ ଲକ୍ଷ ଜରିମାନା; ୩ ମାସ ପାଇଁ ନିଲମ୍ବିତ ହେଲେ ପାଇଲଟ୍‌-ଇନ୍‌-କମାଣ୍ଡ୍‌

ନୂଆଦିଲ୍ଲୀ: ଗତବର୍ଷ ନଭେମ୍ବର ମାସରେ ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ଯାତ୍ରୀ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରିବା ଘଟଣା ପାଇଁ ‘ଦି ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ (ଡିଜିସିଏ) ଏୟାର୍‌ ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କା ଜରିମାନା କରିଛି।

ଏହି ଘଟଣା ନିମନ୍ତେ ‘ପାଇଲଟ୍‌-ଇନ୍‌-କମାଣ୍ଡ୍‌’ଙ୍କୁ ମଧ୍ୟ ୩ ମାସ ପାଇଁ ନିଲମ୍ବିତ କରାଯାଇଛି। ସରକାରଙ୍କ ଅନୁମୋଦିତ ନିୟମାବଳୀ ପାଳନ କରିବାରେ ଅବହେଳା କରିଥିବାରୁ ସେମାନଙ୍କ ବିରୋଧରେ କାହିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ବୋଲି ଏୟାର୍‌ ଇଣ୍ଡିଆର ‘ଡାଇରେକ୍ଟର୍‌-ଇନ୍‌-ଫ୍ଲାଇଟ୍‌ ସର୍ଭିସେସ୍‌’ର ଆକାଉଣ୍ଟେବଲ୍‌ ମ୍ୟାନେଜର୍‌, ସମସ୍ତ ପାଇଲଟ୍‌ ଏବଂ କେବିନ୍‌ କ୍ରୁ’ ମେମ୍ବର୍‌ମାନଙ୍କୁ ‘ଡିଜିସିଏ’ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲେ। ଏୟାର୍‌ ଇଣ୍ଡିଆ ଓ ଏହି ଘଟଣା‌ରେ ସମ୍ପୃକ୍ତ ଥିବା କର୍ମଚାରୀମାନେ ଦାଖଲ କରିଥିବା ଲିଖିତ ଉତ୍ତରଗୁଡ଼ିକୁ ‘ଡିଜିସିଏ’ ସମୀକ୍ଷା କରିବା ପରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Leave a Reply

Your email address will not be published. Required fields are marked *