ବୋମା ଧମକ ଯୋଗୁଁ ଉଜ୍‌ବେକିସ୍ତାନକୁ ଗଲା ମସ୍କୋରୁ ଗୋଆ ଆସୁଥିବା ବିମାନ

ନୂଆଦିଲ୍ଲୀ: ବୋମା ଅଛି ବୋଲି ଧମକ ମିଳିବାରୁ ରୁଷୀୟ ରାଜଧାନୀ ମସ୍କୋରୁ ଗୋଆ ଅଭିମୁଖେ ଆସୁଥିବା ଏକ ଚାର୍‌ଟର୍‌ଡ୍‌ ବିମାନ ଶୁକ୍ରବାର ରାତିରେ ପଥ ପରିବର୍ତ୍ତନ କରି ଉଜ୍‌ବେକିସ୍ତାନକୁ ଚାଲିଯାଇଛି।

ବିମାନ ବନ୍ଦର ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ରୁଷ୍‌ର ପିୟରମ୍‌ ଆନ୍ତର୍ଜାତିକ ବିମାନ ବନ୍ଦରରରୁ ଗୋଆ ଆସୁଥିବା ଆଜର୍‌ ଏୟାର୍‌ ଚାର୍‌ଟର୍‌ଡ୍‌ର ଗୋଟାଏ ବିମାନ ବୋମା ଧମକ ପାଇଥିଲା। ଏଥିଯୋଗୁଁ ସେ ବିମାନର ପଥ ପରିବର୍ତ୍ତନ କରାଯାଇ ଉଜ୍‌ବେକିସ୍ତାନ ନିଆଯାଇଛି। ଉକ୍ତ ବିମାନରେ ୨ଜଣ କୋଳଛୁଆ ଏବଂ ୭ ଜଣ କ୍ରୁ’ ସମେତ ସମୁଦାୟ ୨୩୮ଜଣ ଥିଲେ । ଭାରତୀୟ ଆକାଶକୁ ପ୍ରବେଶ କରିବା ପୂର୍ବରୁ ଉକ୍ତ ‘ଏଜେଡ୍‌ଭି ୨୪୬୩୩’ ବିମାନର ପଥ ପରିବର୍ତ୍ତନ କରାଯାଇଥିଲା। ପାହାନ୍ତା ୪.୧୫ରେ ଉକ୍ତ ବିମାନ ଡାବୋଲିମ୍‌ ବିମାନ ବନ୍ଦରରେ ଅବତରଣ କରିବାର ଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *