ଏହି ରୋଗ ଥିଲେ ଭୁଲ୍ ରେ ବି ଖାଆନ୍ତୁ ନାହିଁ ପନୀର, ବଢ଼ିପାରେ ସମସ୍ୟା

ଭୁବନେଶ୍ୱର: ଘରେ ପାର୍ଟୀ ହେଉ କିମ୍ବା ପର୍ବପର୍ବାଣୀ ହେଉ । ସେଦିନ ପନୀର ନିଶ୍ଚିନ୍ତ ରୋଷେଇ ହୋଇଥିବ । ଆଉ ପନୀର ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଏଥିସହିତ, କେବଳ ପ୍ରୋଟିନ୍ ନୁହେଁ କ୍ୟାଲସିୟମ୍, ଫସଫରସ୍, ଫାଇବର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମଧ୍ୟ ପନୀରରେ ରହିଛି । ଅନ୍ୟ ପଟେ ପନୀର ଖାଇବା ଦ୍ୱାରା ହାଡ ମଧ୍ୟ ମଜବୁତ ହୁଏ । କିନ୍ତୁ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ପନୀର ଖାଇବ । ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇପାରେ । ଏଥିସହିତ, କିଛି ଲୋକ ପନୀର ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ପନୀର୍ ପ୍ରୋଟିନର ଏକ ଉତ୍ତମ ଉତ୍ସ । କିନ୍ତୁ ଯଦି ଶରୀରରେ ପ୍ରୋଟିନ୍ ସ୍ତର ଅଧିକ ରୁହେ । ତେବେ ଜିଙ୍କ ସମସ୍ୟା ହୋଇପାରେ । ଅନ୍ୟ ପଟେ, ଯଦି ଆପଣଙ୍କର ପୂର୍ବରୁ ଝାଡ଼ା ସମସ୍ୟା ଅଛି । ତେବେ ଆପଣ ପନୀର ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।
ଯଦି ଆପଣ ଉଚ୍ଚ ରକ୍ତଚାପ ଅଛି । ତେବେ ଆପଣ ପନୀର ଖାଇବା ଉଚିତ୍ ନୁହେଁ । କାରଣ ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ପନୀର ଖାଇବା ଭଲ ବୋଲି ବିବେଚନା କରାଯାଏ ନାହିଁ । ଏହା ଖାଇବା ଦ୍ୱାରା ରକ୍ତଚାପ ବଢ଼ିପାରେ ।
ଯଦି ଆପଣଙ୍କର ଦୁଗ୍ଧଜାତ ଦ୍ରବ୍ୟରେ ଆଲର୍ଜି ସମସ୍ୟା ରହିଛି । ତେବେ ଏହାକୁ ଟିକେ ସତର୍କତାର ସହିତ ଖାଆନ୍ତୁ । ଏପରି ହୋଇପାରେ ପନୀର ଖାଇବା ଦ୍ୱାରା ଆପଣଙ୍କ ସମସ୍ୟା ବଢ଼ିପାରେ ।
ପନୀରରେ ଫ୍ୟାଟ୍ ର ମାତ୍ରା ଅଧିକ ଥାଏ । ତେଣୁ ଯଦି ଆପଣ ଅଧିକ ପନୀର ଖାଉଛନ୍ତି । ତେବେ ଏହା କୋଲେଷ୍ଟ୍ରଲ୍ର ପରିମାଣକୁ ବଢ଼ାଇପାରେ । ଯେଉଁଥିପାଇଁ ଆପଣଙ୍କୁ ହୃଦୟ ସମ୍ବନ୍ଧୀୟ ରୋଗର ସାମ୍ନା କରିବାକୁ ପଡ଼ିପାରେ ।
ଯଦି ଆପଣଙ୍କର ହଜମ, କୋଷ୍ଠକାଠିନ୍ୟ ଓ ଏସିଡିଓି ଭଳି କୌଣସି ଅସୁବିଧା ଅଛି । ତେବେ ରାତି ସମୟରେ ପନୀର ଖାଆନ୍ତୁ ନାହିଁ । ଅନ୍ୟ ପଟେ, ହଜମ ପ୍ରକ୍ରିୟାରେ ସମସ୍ୟା ଥିବା ବ୍ୟକ୍ତିମାନେ ପନୀର ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଆପଣ କୋଷ୍ଠକାଠିନ୍ୟର ସମସ୍ୟା ଦେଖାଦେଇପାରେ ।

Leave a Reply

Your email address will not be published. Required fields are marked *