ପ୍ରିୟଙ୍କାଙ୍କୁ ଆକସନ ହିରୋ ଭାବେ ଦେଖିବା ମୋର ବହୁତ ବଡ ସୌଭାଗ୍ୟ: ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ଟିଭି ସିରିଜ ‘ସିଟାଡେଲ’ ୨୬ ଏପ୍ରିଲରେ ଆମାଜନ ପ୍ରାଇମ ଭିଡିଓରେ ରିଲିଜ ହୋଇ ସାରିଛି। ଏହା ଏବେ ଚର୍ଚ୍ଚାରେ ରହିଛି। ଏଥିରେ ପ୍ରିୟଙ୍କ‌ାଙ୍କୁ ଜଣେ ଗୁପ୍ତଚର ଭୂମିକାରେ ଦେଖିବାକୁ ମିଳୁଛି।

ଏଥିସହିତ ଏହି ସିରିଜରେ ପ୍ରିୟଙ୍କାଙ୍କ ଜବରଦସ୍ତ ଆକସନ ଦୃଶ୍ୟ ବି ଦର୍ଶକଙ୍କୁ ବେଶ ଖେରାକ ଯୋଗାଉଛି। ଏହି ସିରିଜ ପାଇଁ ପ୍ରିୟଙ୍କାଙ୍କୁ ବେଶ୍ ପ୍ରଶଂସା କରାଯାଉଥିବା ବେଳେ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବି ନିଜ ପ୍ରତିକ୍ରିୟା ଦେଇଛନ୍ତି।

ଆନନ୍ଦ ମହିନ୍ଦ୍ରା ‘ସିଟାଡେଲ’ର ଏକ ଟୁଇଟକୁ ରିଟୁଇଟ କରି କହିଛନ୍ତି, ‘ଛୁଟିରେ ମୁଁ ‘ସିଟାଡେଲ’ର ପ୍ରଥମ ଅଧ୍ୟାୟ ଦେଖିଲି। ରୁସୋ ବ୍ରଦର୍ସଙ୍କ ଏହି ଓଟିଟି ସିରିଜ ଦେଖିବା ପରେ ମୁଁ ବସିଥିବା ସ୍ଥାନରୁ ହଲି ପାରିଲି ନାହିଁ। ସିରିଜର ପ୍ରତ୍ୟେକଟି ଦୃଶ୍ୟ ମୋତେ ବାନ୍ଧି ରଖିଥିଲା। ଏଥିସହିତ ପ୍ରିୟଙ୍କା ଚୋପ୍ରାଙ୍କ ଆକ୍ସନ ବି ପ୍ରଶଂସାଯୋଗ୍ୟ। ପ୍ରିୟଙ୍କାଙ୍କୁ ଜଣେ ଆକସନ ହିରୋ ଭାବେ ଦେଖିବା ମୋର ବହୁତ ବଡ ସୌଭାଗ୍ୟ ଥିଲା।

ପ୍ରିୟଙ୍କା ଚୋପ୍ରାଙ୍କ ଏହି ହଲିଉଡ୍ ସିରିଜ୍ ଆମାଜନ ପ୍ରାଇମ୍ ଭିଡିଓରେ ପ୍ରସାରିତ ହେଉଛି । ୨୬ ଏପ୍ରିଲରେ ରିଲିଜ୍ ସହିତ ଏହାର ଦୁଇଟି ଅଧ୍ୟାୟ ପ୍ରସାରଣ ହୋଇଥିଲା। ବର୍ତ୍ତମାନ ଏହାର ପରବର୍ତ୍ତୀ ଅଧ୍ୟାୟ ମଇ ୫ରେ ପ୍ରସାରଣ ହେବ।

Leave a Reply

Your email address will not be published. Required fields are marked *