ବର୍ଷେ ବି ହୋଇନି ଦ୍ବିତୀୟ ବିବାହକୁ: ପତିଙ୍କ ଜୀବନରେ ଦଲ୍‌ଜିତ୍‌ଙ୍କ କଣ୍ଟା ସାଜିଛି…

ମୁମ୍ବାଇ: ନିଜ ଅଭିନୟ ଅପେକ୍ଷା ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଦଲ୍‌ଜିତ୍‌ କୌର୍‌। ସେ ତାଙ୍କ ଦ୍ବିତୀୟ ବିବ‌ାହ ପରେ ଆହୁରି ଅଧିକ ଚର୍ଚ୍ଚାରେ ରହିଛନ୍ତି। ଦଲ୍‌ଜିତ୍‌ କୌର୍‌ ଏବେ ସ୍ବାମୀ ଓ ୩ ପିଲାଙ୍କ ସହ କେନ୍ୟାରେ ସୁଖି ବୈବାହିତ ଜୀବନ ବିତାଉଛନ୍ତି।

କେନ୍ୟା ଯିବା ପରେ ବି ଅଭିନେତ୍ରୀ ତାଙ୍କ ପ୍ରଶଂସକମାନଙ୍କୁ ଭୁଲିନାହାନ୍ତି। ଲଗାତର ସେ ତାଙ୍କ ପ୍ରଶଂସକମାନଙ୍କ ସହ ସୋସିଆଲ୍‌ ମିଡିଆରେ ଭଲବନ୍ଦ ସେୟାର୍‌ କରୁଛନ୍ତି। ତେବେ ନିକଟରେ ସେ ତାଙ୍କ ଦର୍ଶକମାନଙ୍କୁ ନିଜ ସଉତୁଣୀକୁ ପରିଚୟ କରାଉଛନ୍ତି। ଆଶ୍ଚର୍ଯ୍ୟ ହୋଇଗଲେ କି? ସେ ତାଙ୍କ ସ୍ବାମୀଙ୍କ ସହ ନିଜର ଏକ ଭିଡିଓ ସେୟାର୍‌ କରିଛନ୍ତି ଓ ସେଥିରେ କହୁଛନ୍ତି କି ଆସନ୍ତୁ ମୋ ସଉତୁଣୀକୁ ଭେଟନ୍ତୁ।

ଭିଡିଓରେ ପ୍ରଥମେ ସେ ଟେବୁଲ୍‌ ଉପରେ ଥିବା ଖାଦ୍ୟ ଉପରେ କ୍ୟାମେରା ପକାଉଛନ୍ତି। ତାପରେ ତାଙ୍କ ସ୍ବାମୀ ନିଖିଲ ଫୋନ୍‌ ଧରି ବସିଥିବାର ଭିଡିଓରେ ଦେଖିବାକୁ ମିଳୁଛି। ତେବେ ଯାହା ଜଣାପଡୁଛି ସେ ତାଙ୍କ ସ୍ବାମୀଙ୍କ ଫୋନ୍‌କୁ ହିଁ ନିଜ ସଉତୁଣୀ ବୋଲି କହୁଛନ୍ତି।

ଟେଲି ଅଭିନେତ୍ରୀ ଦଲ୍‌ଜିତ୍‌ ପ୍ରଥମେ ୨୦୦୯ ମସିହାରେ ସାଲିନ୍‌ ଭନୋଟଙ୍କୁ ବିବାହ କରିଥିଲେ। ତାଙ୍କ ସହ ଜଲ୍‌ଜିତଙ୍କ ଏକ ପୁଅ ବି ଅଛି। ମାତ୍ର ୨୦୧୫ ମସିହାରେ ସେ ଦୁହିଁଙ୍କର ଛାଡ଼ପତ୍ର ହୋଇ ଯାଇଥିଲା। ଏବେ ଦଲ୍‌ଜିତ୍‌ ତାଙ୍କ ଦ୍ବିତୀୟ ବିବାହ ପରେ ପୁଅକୁ ନେଇ ଦ୍ବିତୀୟ ସ୍ବାମୀଙ୍କ ସହ କେନ୍ୟାରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *