ଭଲ ନେତା ହେବା ସହ ଉତ୍ତମ ପିତା ବୋଲି ପ୍ରମାଣ ଦେଲେ ତେଜସ୍ବୀ ଯାଦବ, ଝିଅକୁ ଶୁଆଇବାକୁ ନିଜେ ରାତି ଅନିଦ୍ରା ହେଲେ

ଲାଲୁ ପ୍ରସାଦ ଯାଦବଙ୍କ ନାତୁଣୀ ଓ ତେଜସ୍ବୀ ଯାଦବଙ୍କ ଗେହ୍ଲୀ ଝିଅ କାତ୍ୟାୟାନୀଙ୍କୁ ୫୦ ଦିନ ହୋଇଗଲାଣି। ବିହାରର ରାଜନୈତିକ ପାଣିପାଗ ଗରମ ରହିଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କର କିଛି ଫଟୋ, ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସେ ତାଙ୍କ ଝିଅର ଖୁବ୍ ଯତ୍ନ ନେଉଥିବା ଦେଖବାକୁ ମିଳିଛି।

ତେଜ୍ବସୀ ତାଙ୍କ ଝିଅକୁ ରାତି ଅନିଦ୍ରା ହୋଇ ଶୁଆଉ ଥିବାର ଫଟୋ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି। ଫଟୋରେ ତେଜ୍ବସୀଙ୍କ ଝିଅ ତାଙ୍କ ଉପରେ ଶୋଇ ଥିବାର ଆପଣ ଦେଖି ପାରୁଥିବେ। ସେ ବିଳମ୍ବିତ ରାତିରେ ତାଙ୍କ ସୋସିଆଲ୍‌ ମିଡିଆରେ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ତାଙ୍କ ଝିଅକୁ ପେଟରେ ପକେଇ ଶୁଆଉ ଥିବାର ଦେଖିବାକୁ ମିଳିିଛି।କିଛି ଫଟୋରେ ତେଜ୍ବସୀଙ୍କ ଆଖି ନିଦରେ ବୁଜି ହୋଇ ଯାଇଥିବା ବି ଦେଖିବାକୁ ମିଳିଛି। ତେଜସ୍ବୀ ଜାଣ ଭଲ ନେତା ହେବା ସହ ଜଣେ ଭଲ ପିତା ଭାବେ ବି ପ୍ରମାଣ ଦେଇ ସାରିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ ମାସରେ ବାପା ହୋଇଛନ୍ତି ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସେ ଏକ କନ୍ୟା ସନ୍ତାନର ପିତା ହୋଇଛନ୍ତି। ତେଜସ୍ବୀଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ ମଧ୍ୟ ଏକ ଟ୍ବିଟ୍ କରି ନିଜର ଖୁସି ବ୍ୟକ୍ତ କରିଥିଲେ। ରୋହିଣୀ ଟ୍ବିଟ୍‌ କରିବାର ୬ ମିନିଟ୍‌ ପରେ ତେଜସ୍ବୀ ଟ୍ବିଟ୍‌ କରିଥିଲେ। ଘରକୁ କନ୍ୟା ରତ୍ନ ଆସିବା ପରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ସୁଖର ସୀମା ରହିନଥିଲା।

Leave a Reply

Your email address will not be published. Required fields are marked *