ସାମାଜିକ ସେବା ପାଇଁ ରାୟଗଡା ଜିଲ୍ଲାରୁ ଡଃ.ବି.ରବିଙ୍କୁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ ପାଇଁ ସମ୍ମାନିତ

ସ୍ୱାଧୀନତା ଦିବସ ବିଶ୍ୱ ରେକର୍ଡ ଉତ୍ସବରେ ଡକ୍ଟର ବି.ରବିଙ୍କୁ, ଓଡ଼ିଶା ରାୟଗଡ଼ା ଜିଲ୍ଲା ଗୁମୁଡା ଲକ୍ଷ୍ମୀପୁର ଗ୍ରାମର,ସାମାଜିକ ସେବା ପାଇଁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ -୨୦୨୩ ରେ ସମ୍ମାନିତ।
ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ – ୨୦୨୩ , ରାଜସ୍ଥାନର , ଜୟପୁର ସହରର ରାଜସ୍ଥାନ ଅନ୍ତର୍ଜାତୀୟ ଅଡିଟୋରିୟମର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା।ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନିତ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଗୁମୁଡା ଲକ୍ଷ୍ମୀପୁର ଗ୍ରାମର, ଡଃ .ବି.ରବିଙ୍କୁ ସାମାଜିକ ସେବା ପାଇଁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ -୨୦୨୩ ସମ୍ମାନ ସମ୍ମାନିତ ହୋଇଛନ୍ତି।


ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଜୟସ ଭଟ୍ଟ ଦ୍ୱାରା ଓଡ଼ିଶାର ରାୟଗଡ଼ା ଜିଲ୍ଲା , ଗୁମୁଡା ଲକ୍ଷ୍ମୀପୁର ଗ୍ରାମର ଡଃ.ବି .ରବି ,ଅନ୍ତର୍ଜାତୀୟ ମାନବ ଅଧିକାର ରାଜ୍ୟ ସୁରକ୍ଷା କାଉନସିଲ କାର୍ଯ୍ୟକାରିଣୀ ସଂପାଦକ ଙ୍କୁ ଇନଫ୍ଲୁଏନ୍ସ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ – ୨୦୨୩ ଉପାଧି ପ୍ରଦାନ କରି ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଡଃ.ବି. ରବି
ସାମାଜିକ ସେବା ପାଇଁ ପ୍ରତ୍ୟେକ ଘର ଘରେ ପହଞ୍ଚାଇବା ପ୍ରମୁଖ ଭୂମିକା ରୂପେ କରି ଆସୁଛନ୍ତି। ରାଜସ୍ଥାନ , ଜୟପୁର ଠାରେ ସମାଜ ସେବା ପାଇଁ ସମ୍ମାନିତ ହୋଇଛନ୍ତି। ଡଃ .ବି.ରବିଙ୍କୁ ବୁଦ୍ଧି ଜୀବି ମହଲରେ ପ୍ରଶଂସାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *