ଦାଦନ ଖଟିବାକୁ ଯାଇ ହାତ ଗୋଡ଼ ହରାଇଲେ ଯେଫତ ନାଗ

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମର ଯେଫତ ନାଗ ଗତକାଲି ଦାଦନ ଖଟିବା ପାଇଁ ହାଇଦ୍ରାବାଦ ଅଭିମୁଖେ ବାହାରିଲେ. ଆଜି ସକାଳୁ 7ଘଣ୍ଟା ସମୟରେ ସିକେନ୍ଦ୍ରାବାଦ ବି ବି ନଗର ଷ୍ଟେସନ ପହଞ୍ଚି ଟ୍ରେନରୁ ଉଲ୍ହାଇବା ସମୟରେ ଅକସ୍ମାତ ତାଙ୍କ ଗଡ଼ ଖୋସି ଯିବାରୁ ସେ ଟ୍ରେନ ର ପୋଡ଼ିଯାଇଥିଲେ ଫଳରେ ତାଙ୍କର ଡାହାଣ ହାତ ଏବଂ ଦୁଇ ଗଡ଼ ସମ୍ପୂର୍ଣ୍ଣ କୋଟିଯାଇଛି. ଜିଆରପି ପୁଲିସ ଘଟଣାସ୍ଥଳେ ପହଞ୍ଚି ଯେଫତ ନାଗ ଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ରେ ଭର୍ତ୍ତୀ କରିଥିଲେ. ବର୍ତ୍ତମାନ ଯେଫତ ଙ୍କ ସ୍ୱାସ୍ଥ୍ୟ ଗୁରୁତ୍ତର ଅବସ୍ଥାରେ ଅଛି

ଗ୍ରାମର ଲୋକମାନେ ଯେତେବେଳେ ଯେଫୋତ ର ଦୁର୍ଘଟଣା ବିଷୟ ଜାଣିପାରିଲେ ଓ ପରିବାର ମଧ୍ୟ ହତାଶ ହେଇଗଲେ ବୃଦ୍ଧା ମାଁ ସ୍ତ୍ରୀ ଏବଂ ଦୁଇଟି ସନ୍ତାନ. ଯେଫତ ଘରର ଏକ ମାତ୍ର ରୋଜଗାର କରୁଥିବା ବ୍ୟକ୍ତି ଥିଲେ. ତାଙ୍କ ରୋଜଗାର ରେ ପରିବାର ଚଳୁଥିଲେ ବର୍ତ୍ତମାନ ଯେଫତ ର ଦୁର୍ଘଟଣା ରେ ପରିବାର ଦୁଃଖ ରେ ଭାଙ୍ଗିପୋଡ଼ିଛନ୍ତି. ଗ୍ରାମର ପ୍ରତେକ ପରିବାର କିଛି କିଛି ଅର୍ଥ ଆଦାୟ କରି ଯେଫତ ନାଗ ର ଚିକିତ୍ସା ପାଇଁ ପଠାଯାଇଛି. ସରକାରଙ୍କ ତରଫରୁ କିଛି ଆର୍ଥିକ ସୋହାୟତା ଯୋଗାଇଦେବା ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି.

Leave a Reply

Your email address will not be published. Required fields are marked *