ରାୟଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତ

ରାୟଗଡ ତା:18-08-2023ରିଖ ଦିନ ରାଉଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଦ ଭାବନା ଦିବସ ପାଳିତ ହୋଇ ଯାଇଛି । ରାୟଗଡ ଜିଲ୍ଲା ସଦର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶପଥ ପାଠ କାର୍ଯ୍ୟକ୍ରମରେ ଦୁଇ ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଏବଂ ଭାସ୍କର ରୋଇତ ଯୋଗଦେଇ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଜାତି, ବର୍ଣ୍ଣ, ଧର୍ମ ରୁ ଉର୍ଦ୍ଧରେ ରହି ସମସ୍ତ ଜଣ ସାଧାରଣଙ୍କ ଆପତ୍ତି, ଅଭିଯୋଗ ଗୁଡିକ ସମାଧାନ କରିବା ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀ ଶପଥ ପାଠ କରିଥିଲେ ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ସେକ୍ସନ ଅଧିକାରୀ, ବରିଷ୍ଠ ଓ କନିଷ୍ଠ ସହାୟକ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ଜିଲ୍ଲା କ୍ରୀଡ଼l ଅଧିକାରୀ ଶେଖ ଆଲେନୁର, ଜରୁରୀ କାଳୀନ ଅଧିକାରୀ ସୂର୍ଯ୍ୟମାନୀ ଭୋଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । କର୍ମଚାର ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ରାୟଗଡ ଉପ ଜିଲ୍ଲାପାଳଙ୍କ କଡା୍ୟାଳୟରେ ଉପଜିଲ୍ଲାପାଳ ଭୀମସେନ ଶବର ସମସ୍ତ କର୍ମଚାରୀ, ସେକ୍ସନ ଅଫିସର ମାନଙ୍କୁ ଶପଥ ପାଠ କରାଇଥିଲେ l
ସେହିପରି ଗୁଣପୁର ଉପଖଣ୍ଡ ସଦର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ସୁଜାତା ପାଢ଼ୀ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ସେକ୍ସନ ଅଧିକାରୀ ମନରଞ୍ଜନି କାର୍ଜି ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଗୁଣପୁର ତହସିଲଦାର ଶରତ ଚନ୍ଦ୍ର ନାୟକ ଗୁଣପୁର ତହସିଲ କାର୍ଯ୍ୟାଳୟଠାରେ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଗୁଣପୁର ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ସେକ୍ସନ ଅଧିକାରୀ ରାମଚନ୍ଦ୍ର ଖୁଣ୍ଟିଆ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଗୁଣପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରଞ୍ଜଳି ପ୍ରଧାନ ସମସ୍ତ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ, ସେକ୍ସନ ଅଧିକାରୀ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।
ଗୁଡ଼ାରି ତହସିଲ କାର୍ଯ୍ୟାଳୟରେ ତହସିଲଦାର ଭାରତୀ ଦେବୀ ସଦ ଭାବନା ଦିବସର ଶପଥ ପାଠ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ କରାଇଥିଲେ । ଅତିରିକ୍ତ ତହସିଲଦାର ହୃଷିକେଶ ରଥ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ

Leave a Reply

Your email address will not be published. Required fields are marked *