ରାୟଗଡା ଜିଲ୍ଲାର ୩୦ଟି ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟା ମାନେ ରାୟଗଡା ବ୍ଲକ୍ ପରିସରରେ ଏକଜୁଟ

ରାୟଗଡା(୨୫-୦୮-୨୦୨୩) ରାୟଗଡା ଜିଲ୍ଲାର ୩୦ଟି ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟା ମାନେ ରାୟଗଡା ବ୍ଲକ୍ ପରିସରରେ ଏକଜୁଟ ହେଇ ବର୍ଷାକୁ ଖାତିରି ନକରି ରାୟଗଡା ବ୍ଲକ୍ କାର୍ଯ୍ୟାଳୟ ରୁ ପାଦରେ ଚାଲି ଚାଲି ପାଦରେ ୧୧ଦଫା ଦାବି ନେଇ ବିଭିନ୍ନ ପ୍ରକାର ନାରାବାଜି କରି ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇ ଉପଜିଲ୍ଲାପାଳ ରମେଶ ପ୍ରଧାନଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ। ୧୧ଦଫା ଦାବି ଗୁଡ଼ିକ ହେଲା ସମିତି ସଭ୍ୟା ପାଣ୍ଠି ବାର୍ଷିକ ୨୦ ଲକ୍ଷକୁ ବୃଦ୍ଧି କରାଯାଉ । ଏକ ଅଫିସ ଗୃହ ଓ ନାମ ଫଳକ ତାଲିକାର ବ୍ୟବସ୍ଥା କରାଯାଉ।

ବୈଠକରେ ସମିତି ସଦସ୍ୟ/ସଦସ୍ୟାଙ୍କର ଯୁଗ୍ମ ସ୍ବାକ୍ଷର ରହିବାର ବ୍ୟବସ୍ଥା କରାଯାଉ। ଏନ୍.ଆର୍.ଇ.ଜି ଏସ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ କାଉଣ୍ଟର ସାଇନ ରଖାଯାଉ । ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି ତାର ଚିଠିର ନକଲ ସମିତି ସଭ୍ୟଙ୍କୁ ଦିଆଯାଉ ଅନାସ୍ଥା ଭୋଟରେ କେବଳ ସମିତିସଭ୍ୟ ମାନେ ଭୋଟ ଦେବାର ଅଧିକାର ରହିବା ଦରକାର । ମାସିକ ୨୦, ୦୦୦ ଟଙ୍କା ହନରରିଆମ ଆକାରରେ ଓ ୫ ବର୍ଷ କାର୍ଯ୍ୟକାଳ ଶେଷ ପରେ ୧୦,୦୦୦ ଟଙ୍କା ଅବସରକାଳୀନ ଭତ୍ତା ବ୍ୟବସ୍ଥା କରାଯାଉ । ୧୦ ଲକ୍ଷ ଟଙ୍କାର ଜୀବନ ସହିତ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ରଖାଯାଉ ଇତ୍ୟାଦି ବିଷୟରେ ଆଲୋଚନା କରି ଦାବୀପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ମଣ୍ତଳୀ ଜିଲ୍ଲା ସଭାପତି ସୁବାବ ପ୍ରାଗ୍, ସମ୍ପାଦକ ହଲଧର ହିମିରିକା, କୋଷାଧ୍ୟକ ଭୂଷଣ ବିଡିକା ଓ ଶହ ଶହ ସମିତି ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ। ରାୟଗଡ଼ାରୁ ସନ୍ତୋଷ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *