ରାୟଗଡ ଜିଲ୍ଲା ପରିଷଦର 77ତମ ବୈଠକ

ଆଜି ଅଧ୍ୟକ୍ଷl ସୁଶ୍ରୀ ସରସ୍ୱତୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଆଜିର ଏହି ବୈଠକରେ,ମାନ୍ୟବର ବିଧାୟକ, ରାୟଗଡ, ଶ୍ରୀଯୁକ୍ତ ମକରନ୍ଦ ମୁଦୁଲି ,ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଉପଦେଷ୍ଠା ସୁଧୀର ଦାଶ,ମାନ୍ୟବର ଲୋକ ସଭା ସାଂସଦଙ୍କ ପ୍ରତିନିଧି ଦୁର୍ଗା ପ୍ରସାଦ ପଣ୍ଡା,ଜିଲ୍ଲାପାଳ ସ୍ଵଧା ଦେବ ସିଂ,ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ, ଜିଲ୍ଲାପରିଷଦ ନିହାର ରଞ୍ଜନ କହଁର , ଉପାଧ୍ୟକ୍ଷ ସନ୍ତୋଷ ସୁନା, ପରିଷଦର ସମସ୍ତ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଆଜିର ଏହି ବୈଠକରେ ମୁଖ୍ୟତଃ କୃଷି,ସ୍ୱାସ୍ଥ୍ୟ,ସାଧାରଣ ବଣ୍ଟନ ବ୍ୟବସ୍ଥା, ଗ୍ରାମ୍ୟଜଲଯୋଗାଣ, ଜଳଛାୟା, ଉଦ୍ୟାନ ବିଭାଗ,ମହିଳା ଓ ଶିଶୁ ବିକାଶ,ବିଦ୍ୟାଳୟ ଓ ଗଣଶିକ୍ଷା, ମଙ୍ଗଳ ବିଭାଗ ବିଦ୍ୟାଳୟ, ଗ୍ରାମୀୟ ନିର୍ମାଣ, ଶିଶୁ ସୁରକ୍ଷା, ମହିଳା ଓ ଶିଶୁ ବିକାଶ, ମଧ୍ୟମ ଜଳସେଚନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତି କରଣ, ଟାଟା ପାୱାର(ବିଦ୍ୟୁତ ), ପଂଚାୟତ ରାଜ ଓ ଜଳାଯୋଗାଣ କାର୍ଯ୍ୟ, ସମବାୟ, ମତ୍ସ୍ୟ ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ,ଆଞ୍ଚଳିକ ଶିଳ୍ପ କେନ୍ଦ୍ର, ନିଯୁକ୍ତି ଓ ଦକ୍ଷତା ବିକାଶ ବିଭାଗ,ମେଗାଲିଫ୍ଟ ଓଉଠl ଜଳସେଚନ ଉପରେ ଆଲୋଚନା କରିଥିଲେ । କୃଷି ବିକାଶ ଉପରେ ଆଲୋଚନା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜିଲ୍ଲାରେ ଖରିଫ ଋତୁରେ- 2023 ନିମନ୍ତେ ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଫସଲର ବିବରଣୀ, ଜଳସେଚନ, ବିହନ ବଣ୍ଟନ, ସାର ୱାରୀ ଯୋଜନା, କୃଷି ଯାନ୍ତ୍ରିକ କରଣର ଲକ୍ଷ ଧାର୍ଯ୍ୟ ଏବଂ ହାସଲ ଓ ବିଭିନ୍ନ ୟୋଜନାର ପଦକ୍ଷେପ ଓ ଅଗ୍ରଗତି ସମ୍ୱନ୍ଧରେ ଉପସ୍ଥାପନା କରିଥିଲେ ।କୃଷି ବିଭାଗ ତରଫରୁ ବିଭିନ୍ନ ଫସଲ 2023ରେ 193000ହେକ୍ଟର ଲକ୍ଷ ଧାର୍ଯ୍ୟ କରାଯାଇଥିବା ବେଳେ 153038ହେକ୍ଟର ଲକ୍ଷ ହାସଲ କରାଯାଇଥିବା ବେଳେ ରବି ଋତୁରେ 44500ହେକ୍ଟର ଲକ୍ଷ ଧାର୍ଯ୍ୟ ରୁ 44191ଲକ୍ଷ ହାସଲ ହେଇଥିବ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରକାଶ କରିଥିଲେ l ରାୟଗଡ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଆଦି ଯୋଜନା ବିଷୟରେ ଉପସ୍ଥାପନା କରିଥିଲେ l
ସ୍ୱାସ୍ଥ୍ୟ ବିଭାଗ ଉପରେ ଆଲୋଚନାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିଆଯାଇଥିବା ପଦକ୍ଷେପ ଉପରେ ବୈଠକରେ ଉପସ୍ଥାପନା କରିଥିଲେ ।


ଜିଲ୍ଲାରେ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ଓ ଖାଲିଥିବା ପଦବୀ, ଜନନୀ ଶିଶୁ ସୁରକ୍ଷା ଯୋଜନାରେ ଉପକୃତ ହୋଇଥିବା ମହିଳା ଓ ଶିଶୁ, ମା ଗୃହ,ଗାଁ କଲ୍ୟାଣ ସମିତି, ଜଣ ଆରୋଗ୍ୟ ସମିତି, ପୁଷ୍ଟି ପୁନ୍ନରବାସ କେନ୍ଦ୍ର, ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ ଆଦି ଉପରେ ଉପସ୍ଥାପନା କରିଥିଲେ l ଏହି ଆଲୋଚନା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଦାବି କରିଥିଲେ ଯେ ରୟାଗଡ଼ ରେ ଡାଇଲିସିସ ଶଯ୍ୟା ସଂଖ୍ୟା କରାଯାଉ l ଜିଲ୍ଲାର ରଘୁବାରୀ ଡ଼ିମିରିକୁଦା ଅଂଚଳକୁ ଆମ୍ବୁଲାନ୍ସ ଯlଉଥିବାରୁ ଚଡିଏମଓଙ୍କ ଦୃଷ୍ଟିଦେବାକୁ ଦାବି କରିଥିଲେ l
ଏହି ଜିଲ୍ଲାର ପ୍ରସୂତୀ ମାଆ ମାନଙ୍କୁ ସ୍ୱାସ୍ଥ୍ୟ ସେବା ସଠିକ ଭାବରେ ଯୋଗାଇବା ନିମନ୍ତେ ଓ ଆବଶ୍ୟକ ଡାକ୍ତର ପଦଵୀ ପୂରଣ ନିମନ୍ତେ ପାଦ୍ଧକ୍ଷେପ ନେଵାକୁ ମାନ୍ୟବର ସଦସ୍ୟ ମାନେ ଅନୁରୋଧ କରିଥିଲେ l ଗୁଣୁପୁରରେ ଉପଖଣ୍ଡ ଚିକିତ୍ସାଳୟରେ ଶିଶୁ ବିଶେଷଜ୍ଞ ନଥିବାରୁ ପୂରଣ ପାଇଁ ମାନ୍ୟବର ଗୁଣୁପୁର ବିଧାୟକ ଶ୍ରୀ ଗମାଙ୍ଗ ଅନୁରୋଧ କରିଥିଲେ ଲ୍ରମାଣଗୁଡାରେ ମଧ୍ୟ୍ୟ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ସଦସ୍ୟ ଦାବି କରିଥିଲେ l ଆଣ୍ଟି ଭେନମ ଇଞ୍ଜେକ୍ସନ ପାଇଁ ସଚେତନ କରିବାକୁ ଅଧ୍ୟକ୍ଷା ଜିଲ୍ଲାପରିଷଦ ସୁଶ୍ରୀ ମାଝୀ ଅନୁରୋଧ କରିଥିଲ
ସେହପରି ଜିଲ୍ଲାରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ହିତାଧିକାରୀ ମାନଙ୍କୁ ଦିଆଯାଇଥିବା ଖାଦ୍ୟ,
ଆର୍ଥିକ ବର୍ଷ- 2023ରେ ଧାନ ସଂଗ୍ରହ ଉପରେ ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ ।ଜିଲ୍ଲାରେ ଖରିଫ ଋତୁରେ 1098000କ୍ୱିଣ୍ଟାଲ ଧାନ ଲକ୍ଷ ଧlର୍ଯ୍ୟରୁ 1069918କ୍ୱିଣ୍ଟାଲ ଧାନ ଚାଷୀଙ୍କଠାରୁ ସଂଗ୍ରହ କରାଯାଇଥିଲା l ସେହିପରି ରବି ରୁତୁରେ 13014କ୍ୱିଣ୍ଟାଲ ଧାନ ଲକ୍ଷ ଧାର୍ଯ୍ୟରୁ 11307 କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ପ୍ରକଶ କରିଥିଲେ l ଜିଲ୍ଲାରେ ଅନ୍ତୋଦ୍ୱୟ ଅନ୍ନ ଯୋଜନା, ଅର୍ନପୂର୍ଣ୍ଣା, ଆଗ୍ରlଧିକାର ପରିବାର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ କିରୋସିନ ଦିଆଯାଉଛି l
ଏହା ସହିତ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଓ ପାନୀୟ ଜଳ ତରଫରୁ ଜିଲ୍ଲାରେ ପାନୀୟ ଜଳ ଯୋଗାଣ ଉପରେ ନିଆଯାଉଥିବା କାର୍ଯ୍ୟକ୍ରମ ଉପରେ ଉପସ୍ଥାପନ କରିଥିଲେ l
ଆସନ୍ତା 2023-24 ଆର୍ଥିକ ବର୍ଷରେ ଜିଲ୍ଲାର 2,27,999ଗୃହକୁ ଜଳାଯିବନ ମିଶନ ଯୋଜନାରେ ଟ୍ୟାପ ଯୋଗେ ପାଣି ଯୋଗାଇ ଦିଆଯିବ l ଅଧ୍ୟାବଧି ଜିଲ୍ଲାର 1,30,550 ଗୃହକୁ ଏହି ଯୋଜନାରେ ପିଇବା ପାଣି ଯୋଗାଇ ଦିଆଯାଉଛି ଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଥିଲେ l ଦୁର୍ଗମ ଓ ପାହାଡ ଶିଖର ଅଂଚଳରେ ବସବାସ କରୁଥିବା 647ଟି ପ୍ରକଳ୍ପ ଦ୍ୱାରା 260 ଗ୍ରାମକୁ ଜଳଯୋଗାଣ କରାଯିବା ନିମନ୍ତେ କାର୍ଯ୍ୟ ଚାଲୁଥିବା ନିର୍ବାହୀ ଯନ୍ତ୍ରୀ ପ୍ରକାଶ କରିଛନ୍ତି l
ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଗମନା ଗମନ ପାଇଁ ରାସ୍ତାଘାଟ ନିର୍ମାଣ ଅସଂପୂର୍ଣ୍ଣ କାମକୁ ତୁରନ୍ତ ସଂପୂର୍ଣ୍ଣ କରିବା ଉପରେ ସଦସ୍ୟ ମାନେ କହିଥିଲେ ।
ବୈଠକରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଉପରେ ଆଲୋଚନା କରାଯାଇଥିଲା l ଏଥିରେ ଅଙ୍ଗନ ବାଡ଼ି କେନ୍ଦ୍ରରେ ଶିଶୁ ସ୍ୱାସ୍ଥ୍ୟ ସହ ସେମାନଙ୍କ ପ୍ରାରମ୍ଭିକ ଶିକ୍ଷା ଉପରେ ଧ୍ୟାନ ଦେବାକୁ ସଦସ୍ୟ ମାନେ ଅନୁରୋଧ କରିଥିଲେ l ଜଳଛାୟା ବିଭାଗ ଉପରେ ମଧ୍ୟ ଆଲୋଚନା କରି ଜିଲ୍ଲାରେ ଅଧିକ ଅର୍ଥ ଆଣି ବିଭିନ୍ନ ବ୍ଲକରେ କାର୍ଯ୍ୟକାରୀ କରିବା ନିମନ୍ତେ ଅନୁରୋଧ କରିଥିଲେ lସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଶିକ୍ଷାର ବିକାଶ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଉପସ୍ଥାପନା କରିଥିଲେ । ଶିକ୍ଷକ ମାନେ ଦୂରଦୂରାନ୍ତ ଅଂଚଳରେ ନିୟମିତ ଭାବରେ ରହୁନଥିବାରୁ ଓ ଜଣେ ଜଣେ ଶିକ୍ଷକ ବହୁ ବର୍ଷଧରି ଗୋଟିଏ ବିଦ୍ୟାଳୟ ରହୁଥିବାରୁ ପାଠ ପଢାଉ ନଥିବା ଅଭିଯୋଗ କରିଥିଲେ l ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ପିଲାଙ୍କ ପାଠ ପଢା, ବିଦ୍ୟାଳୟ ସ୍ଥିତି ଆଦି ଅନୁଧ୍ୟାନ କରିବା ପାଇଁ ସଦସ୍ୟ ସଦସ୍ୟା ମନେ ବୈଠକରେ ଦୃଷ୍ଟି ଆକର୍ଷଣ କରିଥିଲେ l ଜିଲ୍ଲାପରିଷଦର ସ୍ଵଛ bharat ମିଶନ, ଗ୍ରାମୀଣ ଆବାସ, ଓଡିଶା ଜୀବିକା ମିଶନ, ମନୋରେଗା ଆଦି ଉପରେ ଆଲୋଚନା କରାଯାଇଥିଲା l ଶେଷରେ ଅତିରିକ୍ତ କାର୍ଯ୍ୟ ନିର୍ବାହୀ , ଜିଲ୍ଲା ପରିଷଦ ଶ୍ରୀ ନରେନ୍ଦ୍ର ନାଏକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥି

l


ରାୟଗଡା ରୁ ସନ୍ତୋଷ କୁମାର ପଣ୍ଡା ଅଙ୍କ ରିପୋର୍ଟ
ରାୟଗଡା(୨୫-୦୮-୨୦୨୩) ରାୟଗଡା ଜିଲ୍ଲାର ୩୦ଟି ପଞ୍ଚାୟତ ସମିତି ସଭ୍ୟ ଓ ସଭ୍ୟା ମାନେ ରାୟଗଡା ବ୍ଲକ୍ ପରିସରରେ ଏକଜୁଟ ହେଇ ବର୍ଷାକୁ ଖାତିରି ନକରି ରାୟଗଡା ବ୍ଲକ୍ କାର୍ଯ୍ୟାଳୟ ରୁ ପାଦରେ ଚାଲି ଚାଲି ପାଦରେ ୧୧ଦଫା ଦାବି ନେଇ ବିଭିନ୍ନ ପ୍ରକାର ନାରାବାଜି କରି ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ଦେଇ ଉପଜିଲ୍ଲାପାଳ ରମେଶ ପ୍ରଧାନଙ୍କ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ। ୧୧ଦଫା ଦାବି ଗୁଡ଼ିକ ହେଲା ସମିତି ସଭ୍ୟା ପାଣ୍ଠି ବାର୍ଷିକ ୨୦ ଲକ୍ଷକୁ ବୃଦ୍ଧି କରାଯାଉ । ଏକ ଅଫିସ ଗୃହ ଓ ନାମ ଫଳକ ତାଲିକାର ବ୍ୟବସ୍ଥା କରାଯାଉ।ବୈଠକରେ ସମିତି ସଦସ୍ୟ/ସଦସ୍ୟାଙ୍କର ଯୁଗ୍ମ ସ୍ବାକ୍ଷର ରହିବାର ବ୍ୟବସ୍ଥା କରାଯାଉ। ଏନ୍.ଆର୍.ଇ.ଜି ଏସ କାର୍ଯ୍ୟରେ ସ୍ବଚ୍ଛତା ଆଣିବା ପାଇଁ କାଉଣ୍ଟର ସାଇନ ରଖାଯାଉ । ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି ତାର ଚିଠିର ନକଲ ସମିତି ସଭ୍ୟଙ୍କୁ ଦିଆଯାଉ ଅନାସ୍ଥା ଭୋଟରେ କେବଳ ସମିତିସଭ୍ୟ ମାନେ ଭୋଟ ଦେବାର ଅଧିକାର ରହିବା ଦରକାର । ମାସିକ ୨୦, ୦୦୦ ଟଙ୍କା ହନରରିଆମ ଆକାରରେ ଓ ୫ ବର୍ଷ କାର୍ଯ୍ୟକାଳ ଶେଷ ପରେ ୧୦,୦୦୦ ଟଙ୍କା ଅବସରକାଳୀନ ଭତ୍ତା ବ୍ୟବସ୍ଥା କରାଯାଉ । ୧୦ ଲକ୍ଷ ଟଙ୍କାର ଜୀବନ ସହିତ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ରଖାଯାଉ ଇତ୍ୟାଦି ବିଷୟରେ ଆଲୋଚନା କରି ଦାବୀପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ମଣ୍ତଳୀ ଜିଲ୍ଲା ସଭାପତି ସୁବାବ ପ୍ରାଗ୍, ସମ୍ପାଦକ ହଲଧର ହିମିରିକା, କୋଷାଧ୍ୟକ ଭୂଷଣ ବିଡିକା ଓ ଶହ ଶହ ସମିତି ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ। ରାୟଗଡ଼ାରୁ ସନ୍ତୋଷ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *