ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଫା ହେଲା

ରାୟଗଡା(୦୩-୦୯-୨୦୨୩) ସହରର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଛୋଟିଆ ଅଭୟାରଣ୍ୟ ପାଲଟି ଯାଇଥିଲା। ଜିଲ୍ଲାପାଳ କାର୍ଯ୍ୟାଳୟର କୌଣଷି ଅଧିକାରୀ ଓ କର୍ମଚାରି ମାନେ କାର୍ଯ୍ୟଳୟ ସଫେଇ ଓ ସଫା ସୁତୁରା କରିବା ନିମନ୍ତେ ଆଗେଇ ଆଶୁ ନଥିଲେ। କର୍ମଚାରୀଙ୍କ ଇଛା ଶକ୍ତି ଅଭାବ ଯୋଗୁଁ ଆଜି କାର୍ଯ୍ୟଳୟ ଜଙ୍ଗଲ ରୁପେ ପରିଣତ ହୋଇଥିଲା।

ଯାହାହେଉ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ବର ପ୍ରଧାନ ଅଧ୍ୟକ୍ଷତାରେ ଓ ଉପ ଜିଲ୍ଲାପାଳ ଶ୍ରୀ ଭାସ୍କର ରୋହିତଙ୍କ ତତ୍ତ୍ଵାବଧାନରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦୀର୍ଘ ଦିନର ଅଳିଆ ଆବର୍ଜ୍ଜନା ସଫା ହେଲା । ଆଜି ସ୍ୱଚ୍ଛତା ଅଭିଯାନ ଆୟୋଜନ କରିଥିଲେ।ଏହି ଅଭିଯାନରେ ବହୁ ସଂଖ୍ୟା କର୍ମଚାରୀ ମାନେ ଯୋଗଦେଇ ଶ୍ରମ ଦାନ କରି ଥିଲେ। ରାୟଗଡ଼ା ବୁଦ୍ଧିଜୀବୀ ମାନେ ସନ୍ତୋଷ ପ୍ରକାଶ କରି କହିଥିଲେ ଯେ ଦୁଇ ମାସକୁ ଥରେ କାର୍ଯ୍ୟଳୟ ପରିସରକୁ ସଫା ସୁତୁରା ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ ଭଲ ହୁଅନ୍ତା।
ରାୟଗଡ଼ାରୁ ସନ୍ତୋଷ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *