ଆଣ୍ଡ୍ରଏଡ୍‌କୁ ନେଇ ୟୁରୋପରେ ଯେଉଁ ନିୟମକୁ ଗୁଗୁଲ୍ ଗ୍ରହଣ କରିଛି, ସେହି ଅନୁସାରେ ଭାରତରେ କାମ କରୁଛି କି ?

ନୂଆଦିଲ୍ଲୀ: ଆଣ୍ଡ୍ରଏଡରେ ରହିଥିବା ଆଧିପତ୍ୟର ଅପବ୍ୟବହାର କରିଥିବା ଅଭିଯୋଗରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଲଗାଇଥିବା ୧୩୩୮ କୋଟି ଟଙ୍କାର ଜରିମାନାକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିବା ବିଶ୍ବର ବୃହତ ଇଣ୍ଟରନେଟ୍‌ କଂପାନି ଗୁଗୁଲ୍‌କୁ ଧକ୍କା ଲାଗିଛି। ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଛନ୍ତି। ଏଥି ସହିତ ବିଚାର ପାଇଁ ମାମଲାଟିକୁ ନ୍ୟାସନାଲ୍ କଂପାନି ଲ’ ଆପିଲେଟ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଏଟି)କୁ ଫେରାଇ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ମାମଲାର ଫଇସଲା କରିବାକୁ ଏନ୍‌ସିଏଲ୍‌ଏଟିକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଏନ୍‌ସିଏଲ୍‌ଏଟିରେ ମାମଲା ବିଚାରାଧୀନ ଥିବାରୁ ଏହା ଉପରେ କୌଣସି ମତ ଦେବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ମନା କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *